ପୁଅ ହେବ ତ ଏମିତି ଅନ୍ଧ ବାପା ମା ଙ୍କୁ କାନ୍ଧ ରେ ବୋହି 9 ଦିନ ପର୍ଯ୍ୟନ୍ତ ଚାଲି ପହଁଚିଲା ହରିଦ୍ୱାର, ଲୋକମାନେ ଏବେ କରୁଛନ୍ତି ବା ବା …

ପିତା ମାତା ନିଜ ପିଲାମାନଙ୍କର ସୁଖ ପାଇଁ କିଛି କରିବାକୁ ପ୍ରସ୍ତୁତ ହୋଇଥାନ୍ତି ପିତା ମାତା ମାନେ ନିଜ ପିଲାମାନଙ୍କୁ ଉନ୍ନତ ମାର୍ଗ ଦର୍ଶାଇଥାନ୍ତି ଅନେକ ଜାଗାରେ ଦେଖିବାକୁ ମିଳିଥାଏ କି ପୁଅ ବଡ଼ ହୋଇ ମିଜ ପିତା ମାତା ର ସେବା କରି ସେମାନଙ୍କ ଋଣ ସୁଜିଥାଏ କିନ୍ତୁ ଏହାରି ମଧ୍ୟରେ ଅନେକ ଜାଗା ରେ ଏପରି ଦେଖିବାକୁ ମିଳେ ଯେ ଅନେକ ପୁଅ ଏମିତି ଅଛନ୍ତି କି ପିତା ମାତା ଙ୍କ ବୃଦ୍ଧ ଅବସ୍ଥାରେ ତାଙ୍କୁ ରାସ୍ତାରେ ଛାଡି ଚାଲିଯାଇଥାନ୍ତି |

ଆପଣ ସମସ୍ତେ ଶ୍ରବଣ କୁମାରଙ୍କ କାହାଣୀ ଶୁଣିଥିବେ ନିଶ୍ଚୟ ସେ କିପରି ତାଙ୍କ ଅନ୍ଧ ପିତାମାତାଙ୍କୁ କାନ୍ଧରେ ବସି ତୀର୍ଥଯାତ୍ରା କଲେ ସେ ଏକ ବଙ୍ଗି ତିଆରି କରି ମାଆକୁ ଗୋଟିଏ ପାର୍ଶ୍ୱରେ ଏବଂ ବାପା ଅନ୍ୟ ପାର୍ଶ୍ୱରେ ବସାଇ ତୀର୍ଥଯାତ୍ରା କରିଥିଲେକିନ୍ତୁ କିନ୍ତୁ କଳିଯୁଗ ରେ ଯେଉଁ ବାପା ମା ଶ୍ରବଣ କୁମାର ପରି ପୁଅ ପାଇଛନ୍ତି ସେମାନେ ଭାଗ୍ୟବାନ ତେବେ ବର୍ତ୍ତମାନ ଗୋଟେ ଭିଡିଓ ଭାଇରଲ ହବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ପୁତ୍ର ତା ବାପା ମା ଙ୍କୁ କାନ୍ଧ ରେ ବୋହି କାଉଡି ଯାତ୍ରା କରୁଛି |

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଯୁବକଙ୍କ ନାମ ବିକାଶ ଗେହଲୋଟ୍ ଯିଏ ଗାଜିଆବାଦର କେମ୍ରିପୁରରୁ ଆସିଛନ୍ତି ବିକାଶ ତାଙ୍କ ମା ଙ୍କୁ ଗୋଟେ ପଟେ ଏବଂ ଅନ୍ୟ ପଟେ ତାଙ୍କ ପିତା ଙ୍କୁ ବସାଇ କାନ୍ଧରେ ବସାଇ ହରିଦ୍ୱାର ରେ ପହଞ୍ଚିଥିଲେ ସେ ଏହି ଯାତ୍ରାକୁ 9 ଦିନ ଖାଲି ପାଦ ରେ ଚାଲି ଚାଲି ସମାପ୍ତ କରିଥିଲେ ଯାହାର ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରଲ ହବାରେ ଲାଗିଛି |

ବିକାଶ କହିଛନ୍ତି କି ତାଙ୍କ ବାପା ମା ଙ୍କ ଆଖିକୁ ଆଉ ଦେଖାଯାଉନାହିଁ କିନ୍ତୁ ତାଙ୍କର ଇଛା ଥିଲା କି ସେ ହରିଦ୍ୱାର ଯାଇ ପ୍ରଭୁ ଙ୍କୁ ଦର୍ଶନ କରିବା ପାଇଁ ଯେଉଁ କାରଣରୁ ମୁ କାଉଡି ସାହାଯ୍ୟରେ ତାଙ୍କୁ ବସାଇ କାନ୍ଧରେ ବୋହି କରି 9 ଦିନ ଚାଲି ଏଠାରେ ପହଁଚିଛି ତେବେ ବିକାଶ ବାଉଁଶ ରେ ଏକ ମଜବୁତ ଭାର ତିଆରି କରିଥିଲେ ଆଉ ସେଥିରେ ତାଙ୍କ ପିତା ମାତା ଙ୍କୁ ବସାଇ ସେ ହରିଦ୍ୱାର ରେ ପହଞ୍ଚିଥିଲେ |

Leave a Reply

Your email address will not be published.