ପଦ୍ମନାଭ ମନ୍ଦିରର ପଞ୍ଚମ ଦ୍ଵାର ପଛରେ କଣ ଅଛି, ଯାହାକୁ ଖୋଲିବାର ସମସ୍ତ ପ୍ରଚେଷ୍ଟା Maruchi ଫେଲ…ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଓଡ଼ିଶାରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଗୋଟିଏ ବିଷୟ ରହିଛି | ତାହା ହେଉଛି ପୁରୀର ରତ୍ନ ଭଣ୍ଡାର ଶ୍ରୀ ଜଗନାଥଙ୍କ ରତ୍ନ ଭଣ୍ଡାରରେ କେତେ ସମ୍ପତି ରହିଛି ସେ ବିଷୟରେ ସ୍ପଷ୍ଟ ଭାବେ ସମସ୍ତଙ୍କୁ ଜଣା ନାହିଁ | କହିବାକୁ ଗଲେ ତାହା ବି ଏକ ରହସ୍ୟ କେବଳ ଆମ ପୁରୀର ଜଗନାଥ ମନ୍ଦିର ନୁହେଁ ଭାରତରେ ଆଉ ଏକ ମନ୍ଦିର ଅଛି ଯାହା ଆଜି ବି ରହସ୍ୟ ଅଟେ | ଏହି ରହସ୍ୟର ଗଣ୍ଠିକୁ ଖୋଲିବା ଆଜି ବି ଆଜି ଯାଏଁ ସମ୍ଭବ ହେଉ ନାହିଁ |

ତେବେ ଚାଲନ୍ତୁ ଜାଣିବା ଏହି ମନ୍ଦିର ଆଉ କଣ ରହିଛି ତାର ଗୁଡ଼ ରହସ୍ୟ ବିଷୟରେ | କେରଳର ପଦ୍ମନାଭ ମନ୍ଦିର ବିଷୟରେ ଆପଣମାନେ ତ ଶୁଣିଥିବେ ନିଶ୍ଚୟ | କୁହାଯାଏ ଯେ ଏହି ମନ୍ଦିର ଆମ ଭାରତର ସବୁଠାରୁ ବଡ଼ ଧନୀ ମନ୍ଦିର | ଏହାର ସମୁଦାୟ ସମ୍ପତ୍ତିର ମୂଲ୍ୟ ଏକ ଲକ୍ଷ ବତିଶ ହଜାର କୋଟି ଟଙ୍କା | କେବଳ ଗୋଟିଏ ନୁହେ ଅନେକ ରହସ୍ୟରେ ଛନ୍ଦିଛି ଏହି ମନ୍ଦିର |

ପଦ୍ମନାଭ ମନ୍ଦିରଟି ସମ୍ପୂର୍ଣ ରୂପେ ଭଗବାନ ଶ୍ରୀ ବିଷ୍ଣୁଙ୍କୁ ସମର୍ପିତ | ପଦ୍ମନାଭ ସ୍ୱାମୀ ମନ୍ଦିରରେ ଛଅଟି ଭଣ୍ଡାର ରହିଛି | ଏହି ଛଅଟିରୁ ଯେତେବେଳେ ପାଞ୍ଚୋଟି ଭଣ୍ଡାର ଘର ଖୋଲା ଯାଇଥିଲା ସେତେବେଳେ ପୁରା ଦେଶର ହୋସ ଉଡ଼ିଯାଇଥିଲା | ଏହି ସମସ୍ତ ଭଣ୍ଡାର ଘର କୋଟି କୋଟି ଟଙ୍କାର ମୂଲ୍ୟବାନ ପଥରର ରତ୍ନ ଏବଂ ଚାନ୍ଦିରେ ଭରପୁର ଥିଲା | କିନ୍ତୁ ଷଷ୍ଟ ଭଣ୍ଡାର ଘରେ ଯେତେକ ସମ୍ପତି ଅଛି ତାହା କଳ୍ପନା ବାହାରେ | ଏହା ଜାଣିବି ଏହାର ଦ୍ୱାର ଖୋଲିବାକୁ କେହି ସାହସ କରୁନାହାନ୍ତି |

କେବଳ ସେତିକି ନୁହେଁ ଏହାର ଆଖ ପାଖକୁ ଯିବାକୁ ଲୋକେ ଡରନ୍ତି ମଧ୍ୟ | ଜାଣନ୍ତୁ ଏହି ଷଷ୍ଟ ଦ୍ୱାରର ରହସ୍ୟ ଏହି ଦ୍ୱାର ଯେମିତି ଖୋଲିବା ପ୍ରଶ୍ନ ଉଠେ କିଛିନା କିଛି କାହାଣୀ ସାମ୍ନାକୁ ଆସେ | କୁହାଯାଏ ଏଠାରେ ତିନୋଟି କବାଟ ଅଛି ପ୍ରଥମ କବାଟ ଲୁହ ରଡ଼ରେ ତିଆରି ଦ୍ୱିତୀୟଟି କାଠରେ ତିଆରି ଆଉ ତୃତୀୟ ଶେଷ ଦ୍ୱାରଟି ଲୁହାରେ ତିଆରି | ଗେଟରେ ଦୁଇଟି ସାପର ପ୍ରତିବିମ୍ଵ ଲାଗିଛି ଯାହା ଏହି ଦ୍ୱାରର ରକ୍ଷା କରାଉଛି | କୁହାଯାଏ କୌଣସି ଗରୁଡ଼ ମନ୍ତ୍ର ଜପ କରି ତପଃଶ୍ୱନୀ ଏହି କବାଟ ଖୋଲିପାରିବ |

କିନ୍ତୁ ଯଦି ଉଚ୍ଚାରଣ ସଠିକ ଭାବରେ କରାନଯାଏ ତେବେ ଉକ୍ତ ତପଃଶ୍ୱନୀଙ୍କ ମୃତ୍ୟୁ ସୁନିଶ୍ଚିତ | ପୂର୍ବରୁ ବହୁତ ତପଃଶ୍ୱନୀ ଏହି ଦ୍ୱାରକୁ ଖୋଲିବାକୁ ଯାଇ ମୃତ୍ୟୁ ବରଣ କରିଛନ୍ତି | 1908 ମସିହାରେ ଯେତେବେଳେ ଲୋକେ ଏହି ଦ୍ୱାରକୁ ଖୋଲିଥିଲେ ସେତେବେଳେ ସମସ୍ତେ ଦୌଡ଼ି ଧାଇଁ ପଳେଇଥିଲେ | ତାହା ଭିତରେ ଥିଲା ଅନେକ ମୁଣ୍ଡ ଥିବା କିଙ୍ଗ କୋବ୍ରା ଯାହାଙ୍କ ଚାରିପଟେ ଥିଲା କିଙ୍ଗ କୋବ୍ରା | ଲୋକେମାନେ ଏହା ଦେଖି ଦ୍ୱାର ବନ୍ଦ କରି ପଳେଇ ଯାଇଥିଲେ |

Leave a Reply

Your email address will not be published.