ଏହା ଏପରି ଏକ ଖବର ଯାହା ଜାଣିଲା ପରେ ଆପଣ ନିଜ ମୁଣ୍ଡ ରେ ହାତ ଦେଇଦେବେ…

ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କୌଣସି ଗୋଟିଏ ଝିଅକୁ ବିବାହ କରିବାକୁ ପାଉ ନାହାଁନ୍ତି କିନ୍ତୁ ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ଏକାସାଙ୍ଗରେ 3 ଜଣ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ କେବଳ ଏତିକି ନୁହେଁ ଏହି ବିବାହରେ ସେହି ପୁରୁଷର ସନ୍ତାନ ମଧ୍ୟ ଯୋଗ ନେଇଥିଲେ ଆଉ ବାପାଙ୍କ ବାହାଘରରେ ସମସ୍ତେ ଜୋର ସୋର୍ ରେ ନାଚିଥିଲେ ଏହି ବ୍ୟକ୍ତି ଗତ 15 ବର୍ଷ ଧରି ଏହି 3 ଗାର୍ଲଫ୍ରେଣ୍ଡଙ୍କ ସହିତ ସମ୍ପର୍କରେ ରହୁଥିଲେ ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ଏହି ଆଶ୍ଚର୍ଯ୍ୟଜନକ ପ୍ରେମ କାହାଣୀ ବିଷୟରେ।

ଏହି ମାମଲା ମଧ୍ୟପ୍ରଦେଶର ଆଲିରାଜପୁର ଜିଲ୍ଲାର ଅଟେ ଏଠାରେ ଏକ ଆଦିବାସୀ ସମ୍ପ୍ରଦାୟର ଜଣେ ବ୍ୟକ୍ତି ତାଙ୍କର 3 ଜଣ ଗାର୍ଲଫ୍ରେଣ୍ଡ ସହିତ ବିବାହ କରିଥିଲେ ଏହି ବିବାହ ଆଦିବାସୀ ରୀତିନୀତି ଅନୁଯାୟୀ କରାଯାଇଥିଲା ବରର ନାମ ସମରଥ ମୌର୍ଯ୍ୟ ଯିଏକି ନାନପୁର ଅଞ୍ଚଳର ପୂର୍ବତନ ସରପଞ୍ଚ ମଧ୍ୟ ରହିଆସିଛନ୍ତି ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ବିବାହରେ ଏହି ତିନୋଟି ପ୍ରେମିକାଙ୍କର ପିଲା ମଧ୍ୟ ଯୋଗ ଦେଇଥିଲେ ସମସ୍ତେ ସେମାନଙ୍କର ପିତାମାତା ଏବଂ ସାବତ ମାଙ୍କ ବିବାହରେ ବହୁତ ଖୁସି ନଜର ଆସୁଥିଲେ ଏହି ବିବାହ ବହୁତ ଧୁମ୍ ଧାମ୍ ରେ କରାଯାଇଥିଲା |

ବିବାହ କାର୍ଡ ଛପା ଯାଇଥିଲା ବର ସହିତ ତାଙ୍କ 3 ଜଣ କନ୍ୟାଙ୍କ ନାମ ମଧ୍ୟ ଏହି କାର୍ଡରେ ଲେଖାଯାଇଥିଲା ଏହି ବିବାହ ଉତ୍ସବରେ ଯୋଗଦେବାକୁ ପୁରା ଗାଁକୁ ନିମନ୍ତ୍ରଣ କରାଯାଇଥିଲା ଏହି ବିବାହରେ ସମସ୍ତେ ବହୁତ ଉପଭୋଗ କରିଥିଲେ ବିଶେଷକରି ଏହି ବ୍ୟକ୍ତିର ପିଲାମାନେ ଏହି ବିବାହରେ ବହୁତ ନାଚିଥିଲେ।

ବର୍ତ୍ତମାନ ସମୟରେ ଆପଣ ନିଶ୍ଚୟ ଭାବୁଥିବେ ଯେ ଜଣେ ପୁରୁଷ କିପରି 3 ଜଣ ମହିଳାଙ୍କୁ ବିବାହ କଲା ବାସ୍ତବରେ ଏହା ଆଦିବାସୀ ଭିଲାଲା ସମ୍ପ୍ରଦାୟରେ ସାଧାରଣ ଅଟେ ବିବାହ ପୂର୍ବରୁ ସନ୍ତାନ ଜନ୍ମ କରିବା ବଡ଼ କଥା ନୁହେଁ ଏଥି ସହିତ ଭାରତୀୟ ସମ୍ବିଧାନର ଧାରା 342 ଅନୁଯାୟୀ ଆଦିବାସୀ ରୀତିନୀତି ଏବଂ ନିର୍ଦ୍ଦିଷ୍ଟ ସାମାଜିକ ପରମ୍ପରାର ସୁରକ୍ଷା ଅଧୀନରେ ଏହା କରାଯାଇପାରିବ ତେଣୁ 3 ଜଣ କନ୍ୟା ସହିତ ସମରଥ ମୌର୍ଯ୍ୟଙ୍କ ବିବାହକୁ ବେଆଇନ କୁହାଯିବ ନାହିଁ।

Leave a Reply

Your email address will not be published.