130 ରୁ ଅଧିକ ଚଳଚ୍ଚିତ୍ର ରେ ଅଭିନୟ କରି ସାରିଥିବା ଅଭିନେତା ଜାଣନ୍ତୁ କିଛି ଏହିପରି ଥିଲା ମୁର୍ଲି ଶର୍ମାଙ୍କ ଜୀବନ

ବଲିଉଡ ଇଣ୍ଡଷ୍ଟ୍ରିରେ ୧୦୦ରୁ ଅଧିକ କଳାକାର ଅଛନ୍ତି ଯେଉଁମାନେ ସେମାନଙ୍କର ଜବରଦସ୍ତ ଅଭିନୟ ଯୋଗୁଁ ଦର୍ଶକମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି କିନ୍ତୁ ଏହି ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ମଧ୍ୟ ଅଛନ୍ତି ଯେଉଁମାନେ ଅନେକ ଚଳଚ୍ଚିତ୍ରରେ ସାଇଡ ଅଭିନେତା କିମ୍ବା ଅଭିନେତ୍ରୀ ଭାବରେ କାର୍ଯ୍ୟ କରି ଲୋକଙ୍କର ମନୋରଞ୍ଜନ କରିଛନ୍ତି ତେବେ ଏହା ମଧ୍ୟରେ ଅଭିନେତା ମୁର୍ଲି ଶର୍ମାଙ୍କ ନାମ ଆସେ ମୁର୍ଲି ଶର୍ମା 9 ଅଗଷ୍ଟ 1972 ମସିହାରେ ଜନ୍ମଗ୍ରହଣ କରିଥିଲେ ଆଉ ଆଜି 50 ତମ ଜନ୍ମଦିନ ପାଳନ କରୁଛନ୍ତି ମୁରଲୀ ଶର୍ମା ନିଜ କ୍ୟାରିୟରରେ ତାମିଲ ତେଲୁଗୁ ମରାଠୀ ମାଲାୟାଲମ୍ ଏବଂ ହିନ୍ଦୀ ଭଳି ଭାଷାର ଚଳଚ୍ଚିତ୍ରରେ କାମ କରିଛନ୍ତି ତେବେ ଦର୍ଶକ ବନ୍ଧୁ ଆଜି ତାଙ୍କ ଜନ୍ମଦିନ ଅବସରରେ ଏହି ଅଭିନେତାଙ୍କ କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଅଜଣା କଥା ଆସନ୍ତୁ ଜାଣିବା।

9 ଅଗଷ୍ଟ 1972 ମସିହାରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଜନ୍ମ ହୋଇଥିବା ମୁର୍ଲି ଶର୍ମାଙ୍କ ପିତାଙ୍କ ନାମ ବ୍ରିଜ ଭୂଷଣ ଶର୍ମା ଯିଏ ମରାଠୀ ଅଟନ୍ତି ମାତା ତେଲୁଗୁ ଅଟନ୍ତି ମୁର୍ଲି ଶର୍ମା ଖୁବ୍ କମ୍ ବୟସରେ ମୁମ୍ବାଇ ଆସିଥିଲେ ଏବଂ ଏଠାରେ ରହି ଶିକ୍ଷା ଲାଭ କରିଥିଲେ ଏହି କାରଣରୁ ମୁର୍ଲି ଶର୍ମା ନିଜକୁ ମୁମ୍ବାଇର ବୋଲି ଭାବନ୍ତି ଏବଂ ମୁର୍ଲି ଶର୍ମା ନିଜକୁ ବମ୍ବେୱାଲା ବୋଲି କହିଛନ୍ତି।

ଗ୍ରାଯୁଏସନ୍ ସମାପ୍ତ କରିବା ପରେ ଅଭିନେତା ମୁର୍ଲି ଶର୍ମା ପ୍ରଥମେ ରୋଶନ ତାନେଜା ଅଭିନୟ ବିଦ୍ୟାଳୟରେ ଅଭିନୟ ଶିକ୍ଷା କରିଥିଲେ ଏବଂ ପରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ ଆଉ ନିଜର ସୁନ୍ଦର ଅଭିନୟ ଯୋଗୁଁ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଥିଲେ ସେ ହିନ୍ଦୀରେ ରିଲିଜ୍ ହୋଇଥିବା ଅନେକ ଚଳଚ୍ଚିତ୍ରରେ ତାମିଲ ତେଲୁଗୁ ମରାଠୀ ମାଲାୟାଲମ୍ ଭାଷା ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ଆଉ ସେ ବିଭିନ୍ନ ଭାଷାରେ 130 ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି।

ତେବେ ମୁର୍ଲି ଶର୍ମା 2009 ମସିହାରେ ଅଶ୍ୱିନୀ କାଲସେକରଙ୍କୁ ବିବାହ କରିଥିଲେ ଏହା ଅଶ୍ୱିନୀ କଲସେକରଙ୍କ ଏହା ଦ୍ୱିତୀୟ ବିବାହ ଥିଲା ଅଶ୍ୱିନୀ କାଲସେକର ପ୍ରଥମେ 1998 ମସିହାରେ ନୀତୀଶ ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଅଶ୍ୱିନୀ କାଲସେକର ମଧ୍ୟ ଜଣେ ଅଭିନେତ୍ରୀ ସେ ମୁର୍ଲି ଶର୍ମାଙ୍କ ପରି ଅନେକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି ଅଶ୍ୱିନୀ କାଲସେକର ମଧ୍ୟ ଟିଭିରେ ସକ୍ରିୟ ଅଛନ୍ତି।

Leave a Reply

Your email address will not be published.